ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁଙ୍କ ହେବ ଅଧରପଣା ନୀତି

ଭୁବନେଶ୍ୱର,୧୮/୦୭: ଆଜି ଦ୍ୱାଦଶୀ ତିଥି  ପରମ୍ପରା ଅନୁୟାୟୀ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ପଡି ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଏ।ତିନି ରଥରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ । ତେବେ ରଥ ଉପରେ ଆଉ ମାତ୍ର ଦୁଇ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଥିବାରୁ ସକାଳୁ ସକାଳୁ ରଥ ନିକଟରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।