ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୧୭/୦୭: ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମାଝୀଙ୍କର ଏହା ଏକ ବଡ଼ ପଦକ୍ଷେପ । ସୂଚନାଯୋଗ୍ୟ ଯେ ୨୫ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ରହିଥିଲା । ତେଣୁ ଯୋଜନା ବୋର୍ଡରେ ବିଜେଡି ସମର୍ଥକମାନଙ୍କ ବିଭିନ୍ନ ପଦବୀରେ ସ୍ଥାନ ମିଳିଥିଲା । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଜେପି ସରକାର ଏହି ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ।