ମହାକାଶକୁ ଗଲା ଏକାସଙ୍ଗେ ୧୯ଟି ଉପଗ୍ରହ

ନୂଆଦିଲ୍ଲୀ, ୨୮/୨: ଇସ୍ରୋ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ ହୋଇଛି। ଯେଉଁ ଅଭିଯାନରେ  ଏକାସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି ଇସ୍ରୋ । ଏହା ଆନ୍ଧ୍ର ଶ୍ରୀହରିକୋଟାରୁ ଦିନ ୧୦ଟା ୨୪ ମିନିଟରେ ସଫଳ ଉତକ୍ଷେପଣ କରାଯାଇଛି । ୧୯ଟି ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିିିଛି PSLV-C51। ଏହାସହ ଉତକ୍ଷେପଣ ହୋଇଥିବା ନାନୋ ସାଟେଲାଇଟରେ ମୋଦିଙ୍କ ଫଟୋ ଚିତ୍ର ରହିଥିବା ସୂଚନା ରହିଛି।