ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ, ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ

ନୂଆଦିଲ୍ଲୀ,୧୭/୦୭: ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ । ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ଏନେଇ ଦେଶରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ପରୀକ୍ଷଣ ସଫଳ ହେଲେ ୧୦ ମିନିଟରେ ଘରେ ମଦ ପହଞ୍ଚିବ । କମ୍ପାନିଗୁଡିକ ସ୍ୱିଗି, ବିଗ୍ ବାସ୍କେଟ୍, ଜୋମାଟୋ ଏବଂ ବ୍ଲିଙ୍କିଟ୍ ସହିତ ହାତ ମିଳାଇବେ। କିଙ୍ଗଫିସର୍ ଏବଂ ଏବି ଇନବେଭ ସମେତ ଅନେକ ମଦ କମ୍ପାନି ଏହି ଦିଗରେ ଉଦ୍ୟମ କରୁଛନ୍ତି । କମ୍ପାନିଗୁଡିକ ଏହି ରାଜ୍ୟଗୁଡିକରେ ଘରୋଇ ମଦ ବିତରଣକୁ ମଧ୍ୟ ସମର୍ଥନ କରିଛନ୍ତି । କିନ୍ତୁ ପ୍ରାରମ୍ଭରେ ବିୟର-ୱାଇନ ଏବଂ କମ୍ ଆଲକୋହଲ ଥିବା ମଦ ଡେଲିଭରି ବିଷୟରେ ଆଲୋଚନା ହେଉଛି। ମଦ କମ୍ପାନିଗୁଡିକ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସମୟରେ ଅନଲାଇନ୍ ମଦ ବିତରଣ ହୋଇଥିଲା। ଏହି ବନ୍ଦକୁ ଦୃଷ୍ଟିରେ ରଖି ୪ ଟି ରାଜ୍ୟରେ ଘରେ ମଦ ବିତରଣ ପାଇଁ ସରକାର ଅନୁମତି ଦେଇଥିଲେ।