ଡୋଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୪ ଯବାନ ସହିଦ

ନୂଆଦିଲ୍ଲୀ,୧୬/୦୭: ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର। ସୋମବାର ବିଳମ୍ୱିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିତ। ଏବେ ବି ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍।