ନବାଦୀନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଫେରିଲେ ଶ୍ରୀଜୀଉ

ଭୁବନେଶ୍ୱର,୧୫/୦୭: ଜନ୍ମଦେଦୀ ଆଡ଼ପମଣ୍ଡରୁ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଲେ ଶ୍ରୀଜୀଉ । ଏହି ସମୟରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଜମିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ।  ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ । ପ୍ରଶାସନ ଓ ସେବାୟତଙ୍କ ତତ୍ପରତା ଯୋଗୁଁ ନିର୍ଦ୍ଧାରିତ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର । ଆଡ଼ପ ମଣ୍ଡପରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ । ଘଣ୍ଟଘଣ୍ଟାର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ଶ୍ରୀକ୍ଷେତ୍ର । ସବୁଠି ଶୁଭୁଥିଲା ଜୟ ଜଗନ୍ନାଥ ଧ୍ବନି ।ସମୟରେ ସୁରୁଖୁରୁରେ ସରିଛି ନୀତିକାନ୍ତି ।ତିନି ରଥରେ ବିରାଜିତ ଶ୍ରୀବିଗ୍ରହଙ୍କ ସେବା ପାଇଁ  ସୁନା ଖଡ଼ିକାରେ ତିନ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ନୀତି ପରେ ଚାରମାଳ ଖୋଲାଯିବା ସହ ରଥରେ ଘୋଡ଼ା ଯଚା ଯାଇଥିଲା ।

ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟରେ ହୋଇଛି ସମସ୍ତ ନୀତି । ଏହାପରେ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଂଛିଛନ୍ତି ।