ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଯିବେ ଶ୍ରୀଜିଉ

ଭୁବନେଶ୍ୱର,୧୫/୦୭: ଆଜି ବାହୁଡିବେ ଶ୍ରୀଜିଉ । ଜନ୍ମବେଦୀରୁ ରତ୍ନବେଦୀକୁ କରିବେ ଯାତ୍ରା । ବର୍ତ୍ତମାନ ଶରଧାବାଲିରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥ । ତେବେ ଏହା ପୂର୍ବରୁ ଜନ୍ମବେଦିରୁ ଶେଷ ଦର୍ଶନ ଭାବେ ନବମୀ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବମୀ ଦର୍ଶନ କରିଛନ୍ତି। ଏଥିପାଇଁ ଗତକାଲି ବଡ଼ଦାଣ୍ଡରେ ଭାବପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ମେଡିକାଲ୍‌ ଛକରୁ ଧାଡ଼ିରେ ରହି ମହାପ୍ରଭୁଙ୍କ ଶେଷ ଆଡ଼ପମଣ୍ଡପ ଦର୍ଶନ କରିଛନ୍ତି। ସେପଟେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଗତକାଲି ଦିନ ୫ଟା ସନ୍ଧ୍ୟା ଦର୍ଶନ ବନ୍ଦ ହୋଇନଥିଲା। ଶ୍ରଦ୍ଧାଳୁମାନେ ସନ୍ଧ୍ୟା ସାଢ଼େ୬ଟା ଯାଏଁ ଆଡ଼ପମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି। ଏହାପରେ ବି ଅନେକ ଭକ୍ତ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ମାତ୍ର ଦର୍ଶନ ବନ୍ଦ ଯୋଗୁ ବହୁ ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି।