ବର୍ମିଂହାମ୍ ନାଇଟ୍ କ୍ଲବରେ ଗୁଳିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ,୧୪/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ବ ସ୍ତବ୍ଧ। ଠିକ ଏହାରିମଧ୍ୟରେ ସେଠାରେ ଆଉ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଆଲାବାମାସ୍ଥିତ ବର୍ମିଂହାମ୍ ନାଇଟ୍ କ୍ଲବ୍ ରେ ଶନିବାର  ଦିନ ହୋଇଥିବା ଗୁଳିବିନିମୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ବର୍ମିଂହାମ ପୁଲିସ ର ସୂଚନା ଅନୁଯାୟୀ, ରାତି ୧୧ଟାରେ ୨୭ତମ ଷ୍ଟ୍ରିଟ୍ ନର୍ଥସ୍ଥିତ ନାଇଟ୍ କ୍ଲବ୍ ଭିତରେ ଦୁଇ ଜଣ ମହିଳା ଓ ଫୁଟପାଥ୍ ରେ ଜଣେ ପୁରୁଷଙ୍କ ମୃତଦେହ ମିଳିଥିଲା।