ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୭/୨: ରାଜ୍ୟରେ କରୋନା ସ୍ଥିତି ନେଇ ଓ ସବୁ ପରିସ୍ଥିତି କୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ୨ ହଜାର ଲୋକଙ୍କୁ ନେଇ ଯାତ୍ରା ଆୟୋଜନ କରିବାକୁ ଅନୁମତି ମିଳିଛି । ସେହିପରି ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣ ସାମିଲ ହୋଇପାରିବେ। ଆବଶ୍ୟକ ପଡିଲେ ଅବରୋଧ ଅଂଚଳ ଘୋଷଣା ହୋଇପାରିବ ।