ଚାବିରେ ଖୋଲିଲାନି, ଭଙ୍ଗଗଲା ରତ୍ନଭଣ୍ଡାର ତାଲା: ଏପରି ଟ୍ୱିଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୦୭: ଚାବିରେ ଖୋଲିଲାନି ରତ୍ନଭଣ୍ଡାର ତାଲା, ଆଉ ସୂଚନା ମୁତାବକ ତାଲାକୁ ଭାଙ୍ଗିଛନ୍ତି ଟିମ୍ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଭାଙ୍ଗି ଏହା ଭିତରେ ଟିମ୍ ପ୍ରବେଶ କରିଛି । ୧୫ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ସିନ୍ଦୁକରେ ରଖାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅନ୍ୟପଟେ ଅଳନ୍ଧୁ ସଫା ବେଳେ ରତ୍ନଭଣ୍ଡାର ନିକଟରେ ଅସୁସ୍ଥ ହୋଇପଡି ଥିଲେ ପୁରୀ ଏସପି ପିନାକ ମିଶ୍ର ।  ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

ସେହିପରି ରତ୍ନଭଣ୍ଡାର ଖୋଲିବା ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଲେଖିଛନ୍ତି, ହେ ମହାପ୍ରଭୁ ତୁମେ ଲୀଳାମୟ । ତୁମ ଇଚ୍ଛାରେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି ମହାନ କାର୍ଯ୍ୟ ସଫଳ ହେବ ମୋର ବିଶ୍ୱାସ । ତୁମ ଇଚ୍ଛାରେ ଓଡିଆ ଜାତି ଆଜି ଆଗକୁ ବଢୁଛି । ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢୁଛି ।ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡିଆ ଜାତି, ଗୋଷ୍ଠୀ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ । ଏତିକି ଆପଣଙ୍କ ନିକଟରେ ପ୍ରାର୍ଥନା ।