ଆଜି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଭୁବନେଶ୍ୱର,୧୪/୦୭: ଆଜି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ । ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆଜି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଘୋଷଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତ ପୁରୀ ଆସିଥିବା ବେଳେ ବାହୁଡା ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଅଛି । ରଥଯାତ୍ରା ବେଳେ ଦଳଚକଟା ଘଟିଥିବାରୁ ବାହୁଡା ଯାତ୍ରାରେ ଯେପରି ସେଭଳି କିଛି ଅଘଟଣ ନୁହଏ ତାହା ଉପରେ ପ୍ରଶାସନ ଗୁରୁତ୍ବ ଦେଇଛି ।

ଅନ୍ୟପଟେ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁରୀରେ ରହିବାକୁ ମୁଖମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି ।