ଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, କଣ ରହିଛି ଏସଓପି ?

ଭୁବନେଶ୍ୱର, ୧୩/୦୭: ଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଇଛନ୍ତି ଏସଓପି। ମିଳିଥିବା ସୂଚନା ଅନୁସାରେ, ରତ୍ନଭଣ୍ଡାର ତଦାରଖ କମିଟି ଏକ ଏସଓପି ପ୍ରସ୍ତୁତ କରିଥିଲା। ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ତା’ ଉପରେ ଆଲୋଚନା କରି ସରକାରଙ୍କୁ ଦେଇଛି। ତେବେ ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ବାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ। ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ। ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ। ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି ।