ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୩/୦୭: ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ। ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ। ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୁତି ବୃଦ୍ଧି ପାଇବ। ସେହିପରି ୧୯ ଓ ୨୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ତତ୍ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୦ରୁ ୨୨ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି।