ନେପାଳରେ ଭୟଙ୍କର ଭୁସ୍ଖଳନରେ ଭାସିଗଲା ବସ, ୬୩ ଯାତ୍ରୀ ନିଖୋଜ

ନୂଆଦିଲ୍ଲୀ,୧୨/୦୭: ନେପାଳରେ ଭୟଙ୍କର ଭୁସ୍ଖଳନ ଫଳରେ ନଦୀରେ ଭାସିଗଲା ବସ୍ । ଦୁଇଟି ବସ୍ ଭାସିଯାଇଛି । ବସ୍‌ରେ ଥିବା ୬୩ ଜଣ ଭାସିଯାଇଛନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ଘଟିଛି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୟଙ୍କର ଭୁସ୍ଖଳନ ଆସିବାରୁ ମଧ୍ୟ ନେପାଳର ମଦନ-ଆର୍ଶୀତ ଜାତୀୟ ରାଜପଥରେ ଦୁଇଟି ବସ୍ ଭାସିଯାଇଛି ।