ପବିତ୍ର ହେରା ପଞ୍ଚମୀ, ଜଗନ୍ନାଥଙ୍କୁ ଖୋଜିବାକୁ ଆସିବେ ମା’ ଲକ୍ଷ୍ମୀ

ଭୁବନେଶ୍ୱର,୧୧/୦୭: ଶ୍ରୀଗୁଣ୍ଡିଚା ଯାତ୍ରାର ପଂଚମ ଦିନ ତଥା ଆଜି ପବିତ୍ର ହେରା ପଞ୍ଚମୀ । ଆଜିର ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ । ହେଲେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥୀରେ ଆଣି ନାହାନ୍ତି । ତଣେୁ ସ୍ୱାମୀଙ୍କ ଅନୁପସ୍ଥିତିରେ ମନର ଦୁଃଖ ଭଉଣୀ ମା’ ବିମଳା ଦେବୀଙ୍କ ନିକଟରେ କହିଛନ୍ତି । ଭଉଣୀଙ୍କ ପରାର୍ମଶ ପାଇବା ପରେ ରଥ ନିକଟକୁ ଆସିବେ ଲକ୍ଷ୍ମୀ ଠାକୁରାଣୀ । ହେରା ପଞ୍ଚମୀରେ ମା’ ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବା ସହ ଆସିବା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ ।ଆଜିର ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି ।

ହେରା ପଞ୍ଚମୀ ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟକୁ ଯିବ । ହେରା ପଞ୍ଚମୀ ନୀତି ପରେ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ବ ।