ମୌସୁମୀ ବର୍ଷାରେ ବେହାଲ ମାୟାନଗରୀ, ଘରେ ପଶିଲା ପାଣି

ନୂଆଦିଲ୍ଲୀ,୮/୦୭: ମୌସୁମୀ ବର୍ଷାରେ ମାୟାନଗରୀ ମୁମ୍ବାଇର ସ୍ଥିତି ବେହାଲ ହୋଇଛି । ମୁମ୍ବାଇରେ ଗତ ୬ ଘଣ୍ଟା ମଧ୍ୟରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ପୁରା ସହର ଜଳମଗ୍ନ ହୋଇଯାଇଛି । ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ, ଘର ସବୁଠି ପଶିଛି ବର୍ଷା ପାଣି । ପୁରା ସହର ଯେମିତି କୃତ୍ରିମ ସମୁଦ୍ରରେ ପରିଣତ ହୋଇଛି । ଫଳରେ ଏକାଧିକ ଲୋକାଲ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସୋମବାର ସକାଳୁ ଲୋକେ ଘରୁ ବାହାରି ପାରିନଥିଲେ । ତେବେ ଆଗାମୀ ୩ -୪ ଦିନ ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ବର୍ଷା ହେବ । ମଧ୍ୟ ମହାରାଷ୍ଟ୍ର ଓ ମରାଠବାଡାରେ ଜୁଲାଇ ୮ ଓ ୧୦ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।