ରାଜ୍ୟରେ ମାର୍ଚ୍ଚ ୧ରୁ ବଦଳିବ ସ୍କୁଲ ସମୟ

ଭୁବନେଶ୍ୱର, ୨୬/୨: ଦିନକୁ ଶୀତ କମି ପ୍ରବଳ ଖରା କୁ ଗରମ ଅନୁଭୂତ ହେଉଛି। ତେଣୁ ସାରା ରାଜ୍ୟରେ ମାର୍ଚ୍ଚ  ସ୍କୁଲ ସମୟ ବଦଳିବ। ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଓ ସେହିପରିଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ଦିନ ୯ଟାରୁ ୧ଟା ଯାଏଁ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିପରି  ନିଷ୍ପତ୍ତି  ନିଆଯାଇଛି।