ସାରା ଦେଶରେ ମାର୍ଚ ୩୧ ଯାଏ କରୋନା ଗାଇଡ୍‌ଲାଇନ ବଳବତ୍ତର

ନୂଆଦିଲ୍ଲୀ, ୨୬/୨: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି  ଦେଶରେ ମାର୍ଚ ୩୧ ଯାଏ କରୋନା କଟକଣା କୁ ବୃଦ୍ଧି କରା ଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି।ପୂର୍ବଭଳି ଜାରି ରହିବ କଣ୍ଟେନ୍‌ମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ସେହିପରି ମାର୍ଚ ୩୧ ଯାଏ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ବଳବତ୍ତର ରହିବ। ଏହାସହଟିକାକରଣ ତ୍ବରାନ୍ବିତ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ନିର୍ଦେଶ ଦିଆଯାଇଛି।