ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ରଥ ଖଳାରେ ଆଜ୍ଞାମାଳ ବିଜେ

ଭୁବନେଶ୍ୱର,୬/୦୭: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡପତି । ୩ ରଥରେ ବସି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜିଉ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯାଇଛି । କିଛି ସମୟ ପରେ ରଥଖଳାରୁ ସିଂହଦ୍ବାର ଯାଏ ଟଣାଯିବ ୩ ରଥ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ।