ଭୁବନେଶ୍ୱର,୦୫/୦୭: ଏଣିକି ଅପହଞ୍ଚ ଅଞ୍ଚଳର ପିଲାଙ୍କ ପାଇଁ ହେବନି ସ୍କୁଲ ସମସ୍ୟା । କାରଣ ଅପହଞ୍ଚ ଅଞ୍ଚଳ ସ୍କୁଲ ଦୂରରେ ଥିବାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ଯୋଜନାରୁ ଉପକୃତ ହେବେ ୩୦ ଜିଲ୍ଲାର ୩୫ ହଜାର ୬୭ ଜଣ ଛାତ୍ରଛାତ୍ରୀ । ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନେ ଏହି ଯୋଜନର ଲାଭ ପାଇପାରିବେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡିକ ଜନବସତିଠାରୁ ଦୂରରେ ଥିବାରୁ ପିଲାମାନେ ଅଧାରୁ ପାଠ ଛାଡୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ଅନୁଭବ କରି ପିଲାଙ୍କ ପାଇଁ ସୁବିଧା କରିବାକୁ ଯୋଜନା କରିଛନ୍ତି ସରକାର । ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ୭୫ ପ୍ରତିିଶତ ଉପସ୍ଥ୍ାନ ହୋଇଥିବ ସେମାନଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ ବୋଲି ଓସେପା ପକ୍ଷରୁ କୁହାଯାଇଛି ।