ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬/୨: ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଭାରତର ବନ୍ଦ ଡ଼ାକରା ଦିଆଯାଇଛି। GST ସରଳୀକରଣ, ଇ-କମର୍ସ ବାତିଲ ଦାବିରେ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି। ବନ୍ଦ ଡାକରା ପାଇଁ ସଂଧ୍ୟା ୬ଟା ଯାଏ ଦୋକାନ ବଜାର ବନ୍ଦ ରହିବ।କିନ୍ତୁ ବନ୍ଦ ସତ୍ତ୍ବେ  ଅତ୍ୟାବଶ୍ୟକ ସେବା ଜାରି ରହିବ। ବନ୍ଦକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା ଦିଆଯାଇଛି। ଏହି ବନ୍ଦ ଡ଼ାକରାରେ ଓଡ଼ିଶା ବ୍ୟାବସାୟିକ ସଂଘ ମଧ୍ୟ  ସାମିଲ ରହିଛି।