ବିଜେଡି କର୍ପୋରେଟରଙ୍କ ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର,୪/୦୭: ବିଜେଡି କର୍ପୋରେଟରଙ୍କ ବୈଠକ ପରେ ଜାରି ହେଲା ବିଏମସି କର୍ପୋରେଟର ଉପରେ କଟକଣା ଲାଗୁ ହୋଇଛି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଉପରେ ଅଙ୍କୁଶ ଲଗାଯାଇଛି। ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଏହା ଜାରି କରିଛନ୍ତି। ଏନେଇ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା ଅନୁମତି ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନାହିଁ।

ଅନ୍ୟପଟେ ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ବର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଛି। ଆଉ ଏସବୁ ଭିତରେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି।