OTT ଓ ସାମାଜିକ ଗଣମାଧ୍ୟମ ପାଇଁ ଆସିଲା ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫/୨: ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେହି ସମ୍ମିଳନୀରେ ଦେଶରେ OTT ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ କଥା କହିଛନ୍ତି।  OTT ଏବଂ ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ ।

ଫେକ୍‌ ନ୍ୟୁଜ୍‌ ଉପରେ ବି ୩ଟି ସ୍ତରରେ  ନଜର ରାଖଯିବା ସହ ଅଭିଯୋଗ ଆସିଲେ ୧୫ ଦିନ ଭିତରେ ସମାଧାନ ହେବା ଜରୁରୀ ବୋଲି ସେ କହିଛନ୍ତି । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ରଖିବେ ମୁଖ୍ୟ ଅଧିକାରୀ । ପ୍ରତି ମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ସମସ୍ତ ଅଧିକାରୀ ।ଏହି ନୂଆ ନିୟମାବଳୀ ୩ ମାସ ଭିତରେ କଡ଼ାକଡ଼ି ଭାବେ ଲାଗୁ ହେବ । ନିୟମ ଖିଲାପ କଲେ ଅତି କମ୍‌ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି ।