ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍, ବିଜେପି ଓ କଂଗ୍ରେସ ମାଡ଼ରେ ପଥର ଫିଙ୍ଗାଫିଙ୍ଗି

ଭୁବନେଶ୍ୱର,୨/୦୭:ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ । ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ଓ ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାର ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ଏନେଇ କ୍ୟାପିଟାଲ ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି ।ତେବେ ରାହୁଲଙ୍କ ପୋଷ୍ଟରରେ ଗୋବର ମାଡ଼ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ଏହାର ପ୍ରତିବାଦରେ ତାତିଲା ଯୁବ ଓ ଛାତ୍ର କଂଗ୍ରେସ। ତେବେ ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିବା ପରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି ।