କଂଗ୍ରେସ ଭବନରେ ଗଣ୍ଡଗୋଳ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୫/୨: କଂଗ୍ରେସ ଭବନରେ ଓବିସି ସେଲ ବୈଠକ ବେଳେ ଉତ୍ତେଜନା ହୋଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ରେ ଆସବାବ ଭଙ୍ଗାରୁଜା ସହ ଓବିସି ସେଲ୍‌ ପୂର୍ବତନ ଅଧ୍ୟକ୍ଷଙ୍କୁ ଘରେ ବନ୍ଦ କରିଥିଲେ କଂଗ୍ରେସ କର୍ମୀ ।ଏହାସହ ବିଷ୍ଣୁ ବାରିକଙ୍କୁ ମାଡ଼ ମାରିବାକୁ ମଧ୍ୟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା କୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ପ୍ରତିକ୍ରିୟା ରଖି କହିଛନ୍ତି ଯେ କୌଣସି କଂଗ୍ରେସ କର୍ମୀ ଦଳୀୟ ଶୃଙ୍ଖଳାର ଊର୍ଦ୍ଧ୍ବରେ ନୁହନ୍ତି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଓବିସି ସେଲ୍‌ ଅଧ୍ୟକ୍ଷଙ୍କୁ ପିସିସି ନୁହେଁ ବରଂ  AICC ନିଯୁକ୍ତି ଦିଏ । ତେଣୁ ଯଦି ଅଭିଯୋଗ ଅଛି ତେବେ ପିସିସି ଓ AICCଙ୍କୁ ଜଣାନ୍ତୁ। ଏହାପରେ ଅଭିଯୋଗ ଆଧାରରେ ତଦନ୍ତ ହେବ ବୋଲି ନିରଞ୍ଜନ କହିଛନ୍ତି।