ଏଣିକି ମନ ଇଚ୍ଛା କାଟି ହେବ ନାହିଁ ତାଳ ଗଛ, ନେବାକୁ ପଡିବ ବନ ବିଭାଗର ଅନୁମତି

ଭୁବନେଶ୍ୱର,୧/୦୭:ଏଣିକି ମନ ଇଚ୍ଛା କାଟି ହେବ ନାହିଁ ତାଳ ଗଛ । ନିଜ ଜମିରେ ଥିବା ତାଳ ଗଛ ମଧ୍ୟ କାଟିବା ଆଗରୁ ବନ ବିଭାଗର ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବା ଦିଗରେ ଏଭଳି କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବର୍ଷା ଦିନେ କିମ୍ବା କାଳବୈଶାଖୀ ବେଳେ ବଢୁଥିବା ବଜ୍ରପାତକୁ ଦେଖି ରାଜ୍ୟ ସରକାର ଏବେ ତାଳ ଗଛ ଲଗାଇବା ଉପରେ ଜୋର ଦେଇଛନ୍ତି । ଏପରିକି ନିଜ ଜମିରେ ତାଳଗଛ ଲାଗିଥିଲେ ବି କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର ।