ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର, ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ କମିବ ବର୍ଷାର ପରିମାଣ

ଭୁବନେଶ୍ୱର,୧/୦୭: ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର। ଯାହାଫଳରେ ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ କମିବ ବର୍ଷାର ପରିମାଣ । ଏହି ଅବଧି ମଧ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨ଦିନ ଧରି ସକ୍ରିୟ ଲଘୁଚାପ ବଳରେ ରାଜ୍ୟରେ ଭଲ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରା ମାସରେ ଦେଖିବାକୁ ଗଲେ ଜୁନରେ ଅଭାବୀ ବର୍ଷା ରେକର୍ଡ କରାଯାଇଛି । ଉତର ଆଭ୍ୟନ୍ତରୀଣ ଜିଲ୍ଳା ମୟୁରଭଞ୍ଜରେ ସ୍ୱାଭାବିକ ଠାରୁ ୬୭% କମ୍ ବର୍ଷା ହୋଇଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।