ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୨: ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ଅନଲାଇନ୍ ସେବାର ଲୋକାର୍ପଣ କରିବେ। ମମତା ଆପ୍, ଇ-କଳିକା ଆପ୍, ମୋ ଛତୁଆ ଆପ୍, ମୋ ଶିଶୁ ୱେବ୍‌ସାଇଟ୍ ଏବଂ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ଓ ପ୍ରୋତ୍ସାହନ ଅର୍ଥ ବ୍ୟାଙ୍କ ଜରିଆରେ ହସ୍ତାନ୍ତର ପାଇଁ ଇ-ମାନଦେୟ ୱେବ୍‌ସାଇଟ୍ ଲୋକାର୍ପଣ ହେବ ବୋଲି ସୂଚନା ରହିଛି।