ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୮/୦୬: ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ମସିହାର ଏହି ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।

ସୂଚନାଯୋଗ୍ୟ ଯେ, ୧୯୯୦ ବ୍ୟାଚର ଏହି ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କେନ୍ଦ୍ରରେ ସେ କୃଷି ମନ୍ତ୍ରାଳୟର ସଚିବ ଭାବେ କାମ କରୁଥିଲେ ।