ଚଳିତଥର ରଥଯାତ୍ରା ପାଇଁ ବାମନଘାଟୀ ଉପଖଣ୍ଡରୁ ପୁରୀକୁ ଗଡିବ ଟ୍ରେନ

ଭୁବନେଶ୍ୱର,୨୭/୦୬:  ଚଳିତ ଥର ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ବାମନଘାଟୀ ଉପଖଣ୍ଡରୁ ପୁରୀକୁ ଟ୍ରେନ ଚଳାଚଳ କରିବ।  ଟ୍ରେନଟି ଦିନେ ଛାଡି ଦିନେ ଯିବାର ବ୍ୟବସ୍ଥା ରହିଛି ବୋଲି ଚିଠିରେ ଉଲ୍ଲେଖ ଅଛି। ଟ୍ରେନଟି ଆସନ୍ତା ୨ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ବାଦାମପାହାଡ-ପୁରୀ ରେଳ ରୁଟର ଭାୟା ରାଇରଙ୍ଗପୁର, ଟାଟା ନଗର, ଘାଟସିଲା, ଭଦ୍ରକ ଷ୍ଟେସନ ଦେଇ ପୁରୀ ଷ୍ଟେସନରେ ପହଂଚିବ। ପ୍ରଥମେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡିବା ପରେ ରାଇରଙ୍ଗପୁର ଷ୍ଟେସନ, ବହଳଦା ଓ ଟାଟା ନଗର ଷ୍ଟେସନରେ ଟ୍ରେନଟି ରହିବ ।