ସଂସଦ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅଭିଭାଷଣ

ନୂଆଦିଲ୍ଲୀ,୨୭/୦୬: ସଂସଦ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନରେ ଅଭିଭାଷଣ ରଖି ସେ କହିଛନ୍ତି ଜନ ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଦେଶର ସେବା କରିବା ବହୁତ କମ ଲୋକଙ୍କୁ ସୁଯୋଗ ମିଳିଥାଏ । ଏଥିସହ ବାଚସ୍ପତି ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି । ଆପଣମାନେ ନିଜର ଦାୟିତ୍ୱ ଭଲ ଭାବେ ଗ୍ରହଣ କରିବେ ଏନେଇ ମୋର ସମ୍ଫୁର୍ଣ ଆଶା ବିଶ୍ୱାସ ରହିଛି । ସେ କହିଛନ୍ତି ସେ ସମ୍ଫୁର୍ଣ ଦକ୍ଷତା ର ଅଧିକାରୀ ହୋଇଛନ୍ତି ମୋର ବିଶ୍ୱାସ ରହିଛି ସେ ନିଜର ଲୋକତାନ୍ତ୍ରିକ ଦକ୍ଷତାକୁ ଆଗରେ ରଖି କାମ କରିବେ । ଗ୍ରାମୀଣ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର ,ମହିଳା ସଶକ୍ତିକରଣ କ୍ଷେତ୍ରରେ ନୁଆ ନୁଆ ପଦକ୍ଷେପ ନିଆଯାଇଛି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦେଶରେ ନିଆଯାଉଛି ବଡ ବଡ ପଦକ୍ଷେପ । ମହିଳାଙ୍କୁ ମାଗଣା ଚାଉଳ ଓ ଗ୍ୟାସ ମିଳିଛି । ବିଶ୍ୱର ସବୁଠୁ ବଡ ନିର୍ବାଚନ ଶେଷ ହୋଇଛି । ୧୦ ବର୍ଷରେ ବିଶ୍ୱ ବହୁତ ଆଗେଇବା ସହ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି । ଜାମ୍ମୁକାଶ୍ମୀରେ ରେର୍କଡ ସଂଖ୍ୟକ ମତଦାନ ହୋଇଛି । ପ୍ରତିରକ୍ଷା ବ୍ୟାଙ୍କି କ୍ଷେତ୍ରରେ ସୁଧାର ଆସିଛି । ୭୦ ପ୍ରତିଶତ ଉପକରଣ ଭାରତରୁ କିଣାଯାଇଛି । ପେପର ଲିକ ଯାଂଚ ପାଇଁ ସରକାର ପ୍ରତିଶୃତିବଦ୍ଧ । ପେପର ଲିକ ରୋକିବାକୁ ସରକାର ଆଇନ ଆଣିଛନ୍ତି । ପରୀକ୍ଷାରେ ପାରିଦର୍ଶିତା ନିରପେକ୍ଷତା ମଧ୍ୟ ନିହାତି ଜରୁରୀ ରହିଛି ।