୫ ରାଜ୍ୟର ଲୋକ ଯାଇପାରିବେନି ଦିଲ୍ଲୀ

ଭୁବନେଶ୍ୱର, ୨୪/୨: ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।କିନ୍ତୁ କରୋନା ନେଗେଟିଭ ରିପୋର୍ଟ ଦେଖାଇ ଦିଲ୍ଲୀ ଯାଇହେବ ବୋଲି ସୂଚନା ରହିଛି। ୫ ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏହି ନିୟମ ୨୬ ଫେବ୍ରୁଆରିରୁ ମାର୍ଚ ୧୫ ଯାଏ  ଲାଗୁ କରାଯିବ।