ଅଷ୍ଟ୍ରେଲିଆକୁ ହରାଇ ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ଭାରତ

ନୂଆଦିଲ୍ଲୀ,୨୫/୦୬: ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ପହଁଚିଲା ଭାରତ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ସ୍କୋର ପରେ ବାଜି ମାରିଲା ଭାରତ । ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲର ପ୍ରତିଶୋଧ ନେଇଛନ୍ତି ରୋହିତ ବାହନୀ । ଏହି ବିଜୟ ସହ ଭାରତ ଗ୍ରୁପ୍-୧ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି । ଅନ୍ୟପଟେ ପରାଜୟ ପରେ ଅଷ୍ଟ୍ରେଲିଆର ସେମି ଫାଇନାଲ ଯିବା ମୁସ୍କିଲ ହୋଇ ଯାଇଛି । ପ୍୍ରଥମ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୮ ୱିକେଟ୍ ହରାଇ ୨୦୫ ରନ କରିଥିଲା । ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୮୧ ରନରେ ସୀମିତ ରହିଥିଲା । କ୍ୟାପଟେନ୍ ରୋହିତ ଶର୍ମା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।