ସମ୍ବଲପୁରରେ ଭୟଙ୍କର ରୂପ ନେଲାଣି ଜଣ୍ଡିସ,୮୨ ଆକାନ୍ତ ହେଲେଣି ଚିହ୍ନଟ

ଭୁବନେଶ୍ୱର,୨୪/୦୬: ସମ୍ବଲପୁରରେ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଆକାନ୍ତ ଚିହ୍ନଟ ହୋଇଛନ୍ତି । ଗୁପଚୁପ, ଦହିବରା ଓ ଚୁସକିି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲା । ଏବେ ମଧ୍ୟ ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି । ଏବେ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୂନା ସଂଗ୍ରହ କରିବା ସହ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି ।