ଶିକାରୀଙ୍କ ଆକ୍ରମଣରେ ୪ ବନକର୍ମଚାରୀ ଗୁରୁତର

ଭୁବନେଶ୍ୱର, ୨୪/୨: ବାରିପଦା ରେ ବନକର୍ମଚାରୀଙ୍କୁ ପଥରରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ପଥର ଆକ୍ରମଣରେ ୪ ବନକର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆକ୍ରମଣରେ ଗୁରୁତର ହୋଇଥିବା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ ଉଦଳା ରେଞ୍ଜ ଜମୁଡିହା ଗ୍ରାମରେ ଏହି ଘଟଣା ଘଟିଛି । ସମ୍ବର ଶିକାର କରି ମାଂସ ଭାଗ ବେଳେ ଏହି  ଚଢାଉ ହୋଇଥିଲା।  ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ ବନ କର୍ମଚାରୀ।ଏହିସବୁୁ ଜବତ କରି ଫେରିବା ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରି ବନ କର୍ମଚାରୀଙ୍କ ଗାଡି ଭାଙ୍ଗିବା ସହ ପଥର ମାଡ କରିିିଥିଲେ ଶିକାରୀ ।