ନୂଆଦିଲ୍ଲୀ,୨୪/୦୬: ଋଷର ଦାଗେସ୍ତାନରେ ଆତଙ୍କୀ ହମଲା ହୋଇଛି । ଯାହାଫଳରେ ୯ ଜଣଙ୍କର ଜୀବନ ଚାଲି ଯାଇଛି । ୟେହୁଦିଙ୍କ ପ୍ରାର୍ଥନା ସ୍ଥଳ ଏବଂ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୬ ପୋଲିସ କର୍ମୀ ଏବଂ ପାଦ୍ରୀଙ୍କ ସମେତ ଅନେକ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ପାଦ୍ରୀଙ୍କ ଗଳାକାଟି ଦେଇଛନ୍ତି । ପାଲଟା ଆକ୍ରମଣରେ ରୁଷ ସେନା ୬ ଆତଙ୍କବାଦୀଙ୍କୁ ନିପାତ କରିଥିବା ଜଣାପଡିଛି । ଦାଗେସ୍ତାନର ଦୁଇ ସହରରେ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣ ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ରୁଷର ରାସ୍ତାରେ ଟ୍ୟାଙ୍କ ଓ ସ୍ପେଶାଲ ଫୋର୍ସ ମୁତୟନ କରାଯାଇଛି । ଋଷ ସେନା ଦ୍ୱାରା ଅପରେସନ୍ ଚାଲିଛି । ଏହି ଆକ୍ରମଣରେ ୭ ଜଣ ଅଧିକାରୀ, ଜଣେ ପାଦ୍ରୀ ଓ ଜଣେ ଚର୍ଚ୍ଚ ଗାର୍ଡଙ୍କ ମୃତ୍ୟୁ ଘଟିଛି । ଦାଗେସ୍ତାନ, ଡେରାବନ୍ତ ଏବଂ ମଖଚଲା ସହରରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଶୋକ ଘୋଷଣା କରାଯାଇଛି ।