କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ କେନ୍ଦୁଝରକୁ ଲୁଟିଥିଲେ କିନ୍ତୁ ଆଉ ନୁହେଁ..

ଭୁବନେଶ୍ୱର,୨୩/୦୬: କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭୋଧନ କରି କହିଛନ୍ତି ଯେ କେନ୍ଦୁଝରକୁ ବର୍ଷ ବର୍ଷ ଧରି ଲୁଟ କରାଯାଉଥିଲା । ହଜାର ହଜାର କୋଟି ଟଙ୍କା ଲୁଟ କରାଯାଇଛି । ପୂର୍ବ ସରକାର ଓ ଏଠିକାର ପ୍ରଶାସନ ମଧ୍ୟ ଲୁଟରେ ସମ୍ଫୃକ୍ତ ରହିଥିଲେ । ଓଡିଶାର ଅସ୍ମିତା ରାଜ୍ୟରେ ସଂକଟରେ ରହିଥିଲା ,କେନ୍ଦୁଝର ର ଅସ୍ମିତା ସଂକଟରେ ଅଛି । କିଛି ଅଣଓଡିଆ ମିଶି କେନ୍ଦୁଝର କୁ ଲୁଟ କରିଛନ୍ତି । ସମସ୍ତ ଲୁଟେରା ଜେଲ ଯିବେ । ମୁଁ ମୋହନ ମାଝୀ କାହାକୁ ଛାଡିବିନି। ପୂର୍ବ ସରକାର ଏଥିସହ ମନ୍ତ୍ରୀପଦ ଦେବା ପାଇଁ ଖଣି ମଧ୍ୟ ଯାଚିଥିଲେ । ମୋହନ ମାଝି ବିକ୍ରୀ ହେବା ଲୋକ କିନ୍ତୁ ନୁହେଁ ।