ରୋଷେଇ ଘରେ ମହଙ୍ଗା ମାଡ଼, ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର,୨୩/୦୬: ବରଗଡ଼ରେ ପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି । ବନ୍ଧାକୋବି, ଫୁଲକୋବି ଦର ବି ୭୦ରୁ ୮୦ ଟଙ୍କା ରହିଛି । ଟମାଟୋ କିଲୋ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦର ୧୦୦ ଟପିବ ବୋଲି ଆଶଙ୍କା କରାଯାଉଛି । ପରିବା ଦର ଏତେ ବଢିଯାଇଛି ଯେ ଲୋକେ ଦର ଶୁଣି ଛାନିଆ ହୋଇଯାଇଛନ୍ତି।  ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି ।