ରାଜଧାନୀ ଭୁବନେଶ୍ୱରେ ପ୍ରବଳ ବର୍ଷା, ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର,୨୦/୦୮: ରାଜ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିଥିଲା। ଏହାରିମଧ୍ୟରେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତ କରିଛି ବର୍ଷା । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ପ୍ରବଳ ବର୍ଷା ହୋଇଛି । ସାମାନ୍ୟ ପବନ ସହ ରାଜଧାନୀର ବିଭିନ୍ନ ଅଂଚଳରେ ବର୍ଷା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି । ଗୁଳୁଗୁଳିରେ ଆଉଟୁ-ପାଉଟୁ ହେଉଥିବା ଲୋକଙ୍କୁ ଏହି ବର୍ଷା ଆଶ୍ୱସ୍ତ କରିଛି ।