ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ଏଟିଏମ୍, ଜାଣନ୍ତୁ କାହାକୁ ମିଳିବ ଏହି କାର୍ଡ?

ଭୁବନେଶ୍ୱର,୨୦/୦୬: ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ଏଟିଏମ୍ । ରାସନ୍ କାର୍ଡ ହିତାଧିକାରୀଙ୍କୁ ଏହି ଚାଉଳ ଏଟିଏମ୍ ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ୟ୍ୟାୟରେ ରାଜଧାନୀ ଭୁବନେଶ୍ୱରେ ଚାଉଳ ଏଟିଏମ୍ ଖୋଲାଯିବା ପରେ, ଏହାକୁ ପରେ ପ୍ରତିଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।  ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ। ତେବେ ରାଜଧାନୀ ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।