ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ସୁରମା ପାଢୀ

ଭୁବନେଶ୍ୱର,୨୦/୦୬: ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ରଣପୁର ବିଧାୟିକା ସୁରମା ପାଢୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସୁରମା ପାଢୀ ୨୦୦୪ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଏବେ ବାଚସ୍ପତି ଭାବେ ମଧ୍ୟ ଗୁରୁଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସୁରମା ପାଢୀ ।