ବିଧାନସଭାରେ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୯/୦୬: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ବିଧାନସଭାରେ ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ ।ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ ବିଧାୟକ ଦଳ ନେତା ବାଛିଲା ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହେଲେ ପ୍ରତାପ ଦେବ ।