ସେବାୟତଙ୍କ ଭିତରେ ବିବାଦ, ୫ ଘଣ୍ଟା ବିଳମ୍ବ ଶ୍ରୀଜିଉଙ୍କ ନୀତିକାନ୍ତି

ଭୁବନେଶ୍ୱର,୧୯/୦୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି । ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି । ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି ।ଗତକାଲି ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା ।  ଆଜି ସକାଳୁ ଏହି ନୀତି କରାଯାଉଛି । ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।