ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ, ଜାଣନ୍ତୁ କେଉଁଠି ଖୋଲା ଓ କେଉଁଠି ବନ୍ଦ?

ଭୁବନେଶ୍ୱର,୧୭/୦୬: ସରିଲା ଖରା ଛୁଟି । କାଲିଠାରୁ ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଦ୍ୱନ୍ଦ୍ୱ । କିନ୍ତୁ ଏବେ ସ୍କୁଲ ଖୋଲିବାକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିଷ୍ପତି ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବ । କିନ୍ତୁ ପାଣିପାଗ ସ୍ଥିତିକୁ ନେଇ ସରକାର, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ଅନୁକୂଳ ପାଗ ଥିବା ଜିଲ୍ଲା ଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ରାଜ୍ୟର ଦେବଗଡ଼, ଢେଙ୍କାନାଳ,କେନ୍ଦୁଝର, ଅନୁଗୁଳ,
ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, କୋରାପୁଟ,
ଝାରସୁଗୁଡ଼ା, କଳାହାଣ୍ଡିରେ ସ୍କୁଲ ଖୋଲା ରହିବ। ସେହିପରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତିରେ ସ୍କୁଲ ବନ୍ଦ ରହିବ।