ତିନି ଦିନିଆ ଅଧିଶେନ ପାଇଁ ବିଧାନସୌଧର ଭିତର ଓ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କଡାକଡି

ଭୁବନେଶ୍ୱର,୧୭/୦୬: ଓଡ଼ିଶାରେ ଜୁନ୍ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି । ଏହାପରେ ୨୦- ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏହି ତିନି ଦିନିଆ ଅଧିଶେନ ପାଇଁ ବିଧାନସୌଧର ଭିତର ଓ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଗୃହ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ପାସଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ । ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ଅଛନ୍ତି ପୋଲିସ କମିଶନର ସଞ୍ଜିବ ପଣ୍ଡା । ପୋଲିସ କମିସନର ନିଜେ ସୁରକ୍ଷା ଦାୟିତ୍ୱରେ ରହିବେ । କେବଳ ପାସଧାରୀଙ୍କୁ ଗୃହ ମଧ୍ୟକୁ ପ୍ରବେଶ ଅନୁମତି ରହିଛି । ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ନିୟୋଜିତ କରାଯାଇଛନ୍ତି ।