ମହାପ୍ରଭୁଙ୍କ ରଥଯାତ୍ରା, ଉଠିଲା ୩ ରଥର ଚାରି ନାହାକା

ଭୁବନେଶ୍ୱର,୧୭/୦୬: ଆସନ୍ତା ଜୁନ୍ ୨୨ରେ ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଜେନ୍ଦ୍ରଭିଷେକ ନୀତି । ଶ୍ରୀମନ୍ଦିରରେ ଆଜି ଶୃଙ୍ଖଳିତ ନୀତିକାନ୍ତୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ମଧ୍ୟ ଅନୁଷ୍ଠିତ ହେବାକୁ ରହିଛି । ସେପଟେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଆଜି ୩ ରଥର ଚାରି ନାହାକା ଉଠିଛି । ପ୍ରତ୍ୟେକ ରଥରେ ଚାରଟି ଲେଖାଁଏ ମୋଟ୍ ୧୨ଟି ନାହାକା ଉଠାଯାଇଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି । ସେପଟେ ଆଜି ପୁରୀ ଗସ୍ତରେ ଯାଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ସେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ଏହାସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।