ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଲୋକଙ୍କ ସ୍ୱର୍ଗଦ୍ୱାରରେ ହୋଇପାରିବ ଶେଷକୃତ୍ୟ

ପୁରୀ, ୧୯।୧୦: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ନିଆ ଯାଉଥିଲା। ସେହିପରି ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ କୋଭିଡ ପାଇଁ କିଛିଟା କଟକଣା ଲାଗୁ କରାଯାଇଥିଲା। ଯାହା ଆଜି ହଟେଇ ଦିଆ ଯାଇଛି।ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟାଯାଇଛି।  ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାରରେ ହୋଇପାରିବ। କିନ୍ତୁ କରୋନାରେ ମୃତ୍ୟୁ ହୋଇଥିଲେ ସେଠାରେ ଶେଷକୃତ୍ୟ ହୋଇପାରିବନି।ଉଲ୍ଲେଖ ଯୋଗ୍ୟ ଯେ ସ୍ବର୍ଗଦ୍ବାରରେ ଜୁଲାଇ ମାସରୁ କଟକଣା ଲାଗିିଥିଲା।