ଆସାମରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୨/୨: ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ଆସାମ ଧେମାଜୀରେ ପ୍ରଧାନମନ୍ତ୍ରୀ ପହଞ୍ଚି  ଶିଳାପଥରରେ ତୈଳ ଓ ଗ୍ୟାସ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେହିିପରି IOCLର ବଙ୍ଗାଇଗାଓଁ ରିଫାଇନରିର ଇଣ୍ଡିମାକ୍ସ ୟୁନିଟର ଲୋକାର୍ପଣ କରିବା ସହ ଦିବ୍ରୁଗଡର ମଧୁବନରେ OILର ସେକେଣ୍ଡାରୀ ଟ୍ୟାଙ୍କ୍ ଫାର୍ମର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।