ଅଳକାନନ୍ଦା ନଦୀକୁ ଖସିପଡିଲା ଯାତ୍ରୀବାହୀ ଗାଡି, ୮ମୃତ

ଭୁବନେଶ୍ୱର, ୧୫/୦୬: ଉତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘାଟିରୁ ଅଳକାନନ୍ଦା ନଦୀକୁ ଯାତ୍ରୀବାହୀ ଗାଡି ଖସିପଡିଥିଲା। ଆଉ ଏହି ଦୁର୍ଘଟଣାରେ ୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଏଲକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି । ଗାଡିରେ ୧୭ରୁ ଅଧକ ଯାତ୍ରୀ ଥିଲେ । ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସଡିଆରଏଫ ଓ ସ୍ଥାନୀୟ ପୁଲିସ ପହଞ୍ଚିି ଉଦ୍ଧାର ଜାରି ରଖିଛନ୍ତି ।