ସମସ୍ତ DEOଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର, ୨୨/୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । କିନ୍ତୁ ଏବେ ବି ବିପଦ ଟଳିନି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟି ରେ କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ ନେଇ ସମସ୍ତ DEOଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ। ଗତକାଲି SRC ଜାରି କରିଥିବା ଗାଇଡ୍‌ଲାଇନ୍ ପାଳନ ପାଇଁ ନିର୍ଦ୍ଦେଶ ସେ ଦେଇଛନ୍ତି।ସ୍କୁଲରେ ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ କରିବା ବାଧ୍ୟତାମୂଳକ। ଏହାସହ ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ଯଦି କେହି କଟକଣା ନ ମାନିନ୍ତି ତେବେ ଗାଇଡ୍‌ଲାଇନ୍‌ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।